Tofa Chandini re Lyrics / ତୋଫା ଚାନ୍ଦିନି ରେ Lyrics / human sagar / mu paradesi chadhei


Tofa Chandini re Lyrics


Tofa Chandini re Lyrics from Mu Paradesi Chadhei (ତୋଫା ଚାନ୍ଦିନି ରେ Lyrics in Odia) The song is sung by Human Sagar & Aseema Panda for the movie "Mu Paradesi Chadhei." Asad Nizam have directed the music while  Tapu Nayak has written the Tofa Chandini re lyrics. The song is from the K. Murali Krishna directed Odia feature film "Mu Paradesi Chadhei" starring Ardhendu & Anubha.

Song - Tofa Chandini re

Album - Mu Paradesi Chadhei

Singer - Human Sagar & Aseema Panda

Music - Asad Nizam

Lyrics - Tapu Nayak

Starring - Ardhendu & Anubha

Tofa Chandini re Lyrics


ପୁ : ତୋଫା ଚାନ୍ଦିନିରେ ଯେବେ ଲାଗୁଥିଲା
      ତୋ ଦେହେ ଗେରୁଆ ରଙ୍ଗ
      ତୋଫା ଚାନ୍ଦିନିରେ ଯେବେ ଲାଗୁଥିଲା
      ତୋ ଦେହେ ଗେରୁଆ ରଙ୍ଗ
      ସହରି ଏଇ ମନ ତୋ ଗାଁ ପବନରେ
      ସାୟୀର୍ ତୋଳୁଥିଲା ତୋ ମିଠା ସପନରେ
      ପ୍ରେମ ଆକାଶେ ହସୁଥିଲା ମେଘ~~~~
ଝି : ତୋଫା ଚାନ୍ଦିନିରେ ଯେବେ ବାଜୂଥିଲା
      ମୋ ପାଦେ ପାଉଁଜି ଆଗ
      ତୋଫା ଚାନ୍ଦିନିରେ ଯେବେ ବାଜୂଥିଲା
      ମୋ ପାଦେ ପାଉଁଜି ଆଗ
      ରୁପେଲି ଓଠ ଧାରେ ତୋ ନାଁ ଶବଦରେ
      ମହକ ଭରୁଥିଲା ତୋ ନୂଆଁ ଦରଦରେ
      ପ୍ରେମ ଆକାଶେ ହସୁଥିଲା ମେଘ~~~~
ପୁ : ତୋଫା ଚାନ୍ଦିନିରେ ଯେବେ ଲାଗୁଥିଲା
      ତୋ ଦେହେ ଗେରୁଆ ରଙ୍ଗ•••••••••••••••••(1)

ପୁ : ଡରିଡରି ଯେବେ ମୋତେ ଚାହୁଁଥିଲୁ
      ଲାଜେଲାଜେ ଜଳି ସରି ଯାଉଥିଲୁ
      ଡରିଡରି ଯେବେ ମୋତେ ଚାହୁଁଥିଲୁ
      ଲାଜେଲାଜେ ଜଳି ସରି ଯାଉଥିଲୁ
ଝି : ଡର ଲାଗୁଥିଲା କାଳେ କିଏ ଦେଖି
      ଘରେ କହିଦବ ହେଇ ରାଜ ସାଖି
ପୁ : ଲୁଚିଲେ ଏଇ ପ୍ରେମ ସେ କଣ ଲୁଚିପାରେ
     ସହଜେ ଧରାପଡେ ଏ କଥା ଦୁନିଆରେ
     କିଏ ଛାଟିଲା ଦେହସାରା ରଙ୍ଗ~~~~
     ତୋଫା ଚାନ୍ଦିନିରେ ଯେବେ ଲାଗୁଥିଲା
     ତୋ ଦେହେ ଗେରୁଆ ରଙ୍ଗ
ଝି : ତୋଫା ଚାନ୍ଦିନିରେ ଯେବେ ବାଜୂଥିଲା
      ମୋ ପାଦେ ପାଉଁଜି ଆଗ••••••••••••••••••••(2)

ଝି : ମନ ନେଇ ମୋର ଠକିଦେବୁ ନାହିଁ
     କଥା ଯେବେ ଦେଲୁ ଦେହ ମୋର ଛୁଇଁ
     ମନ ନେଇ ମୋର ଠକିଦେବୁ ନାହିଁ
     କଥା ଯେବେ ଦେଲୁ ଦେହ ମୋର ଛୁଇଁ
ପୁ : ମୁହଁ ସଞ୍ଜବେଳେ ରାଣଦେଇ କହେ
      ନେଇଯିବି ଆସି ତତେ ଭଲପାଏ
ଝି : ନହୁଲି ନଇ ପରି ମୋ ମନ ବହିଯାଏ
      ଚଗଲି ଫୁଲପରି ମୋ ଦେହ ବାସୁଯାଏ
      ଝୁରି ମରୁଛି ନେଇଯାଅ ଆଗ~~~~
ପୁ : ତୋଫା ଚାନ୍ଦିନିରେ ଯେବେ ଲାଗୁଥିଲା
      ତୋ ଦେହେ ଗେରୁଆ ରଙ୍ଗ
ଝି : ତୋଫା ଚାନ୍ଦିନିରେ ଯେବେ ବାଜୂଥିଲା
      ମୋ ପାଦେ ପାଉଁଜି ଆଗ••••••••••••••••••••(3)



Comments

Popular posts from this blog

He Guru tume mangala maya lyrics | ହେ ଗୁରୁ ତୁମେ ମଙ୍ଗଳ ମୟ lyrics | Ira Mohanty | odia bhajan lyrics

Mana Tu Feria Lyrics |Mu Paradesi Chadhei | human sagar

Feel My Love Odia Lyrics - pagala premi