Shrikhetra bala lyrics | pabitra kumar best odia bhajan

ଶ୍ରୀକ୍ଷେତ୍ର  ବାଲା    play video
Singer :-   pabitra kumar 
Lyrics  :- natabara ballabha das
Music director  :- bipin barik

ଭାବ ସିନ୍ଧୁକରେ....... ଭାବ ସିନ୍ଧୁକରେ ......

ଭାବ ସିନ୍ଧୁକରେ ପକେଇ ତାଲା
କି ସୁଖ ପାଉରେ ଶ୍ରୀକ୍ଷେତ୍ର  ବାଲା ତୁ......
କି ସୁଖ ପାଉରେ ଶ୍ରୀକ୍ଷେତ୍ର  ବାଲା......
ତୋର ମୋର ଭାବ  ହୋଇଲେ ଟିକିଏ ଅଭାବ
ମୋ ଘରେ ଲାଗିବରେ  ନିତି ପାଲା....
ଆରେ ମୋ ଶ୍ରୀକ୍ଷେତ୍ର  ବାଲା....4

କାମ କ୍ରୋଧ ଲୋଭ ହିଁସା ଗର୍ବ ଦମ୍ଭ
ସଡ ରିପୁ କଲେ ଘରେ ଆଖଡା
ଚକ୍ଷୁ ନାସା କର୍ଣ୍ଣ ଚର୍ମ ଜିହ୍ବା ଧନ
ମେଲି ବସିଲେଣି ରଙ୍ଗ ପାଖୁଡା.......
କାମ କ୍ରୋଧ ଲୋଭ ହିଁସା ଗର୍ବ ଦମ୍ଭ
ସଡ ରିପୁ କଲେ ଘରେ ଆଖଡା
ଚକ୍ଷୁ ନାସା କର୍ଣ୍ଣ ଚର୍ମ ଜିହ୍ବା ଧନ
ମେଲି ବସିଲେଣି ରଙ୍ଗ ପାଖୁଡା......
ମନ ପବନ କୁ ଭିଡି  ଧରିବାକୁ ଇଛା ଭାରି
ବିବେକ ଲଗାମ ହେଲାଣି ଢିଲା.....
ଆରେ ମୋ ଶ୍ରୀକ୍ଷେତ୍ର  ବାଲା....4

ମନ ନିଳାଞ୍ଚଳେ ଆସିବୁରେ ଥରେ
ତୁଣ୍ଡେ ଗାଉଥିବି ତୋହରି ନାମ
ହୃଦ କଳ୍ପ ମୂଳେ ଗାଉଥିବି ହେଳେ
ବସି ଭେଟୁଥିବି ଜିବ ପରମ.........
ମନ ନିଳାଞ୍ଚଳେ ଆସିବୁରେ ଥରେ
ତୁଣ୍ଡେ ଗାଉଥିବି ତୋହରି ନାମ
ହୃଦ କଳ୍ପ ମୂଳେ ଗାଉଥିବି ହେଳେ
ବସି ଭେଟୁଥିବି ଜିବ ପରମ.........
ଭାବରେ ଭାବରେ ଭିଜି  ନିରନ୍ତରେ ମଜି ମଜି
ଭବସିନ୍ଧୁ ପାରିହେବି  ମାରି ଆହୁଲା......
ଆରେ ମୋ ଶ୍ରୀକ୍ଷେତ୍ର  ବାଲା....4

Comments

Popular posts from this blog

He Guru tume mangala maya lyrics | ହେ ଗୁରୁ ତୁମେ ମଙ୍ଗଳ ମୟ lyrics | Ira Mohanty | odia bhajan lyrics

Mana Tu Feria Lyrics |Mu Paradesi Chadhei | human sagar

Feel My Love Odia Lyrics - pagala premi